
ପୁଣି ବର୍ଷାରେ ସାରା ଓଡିଶା | ହନ୍ତସନ୍ତ ହେବେ ରାଜ୍ୟବାସୀ | ସୃଷ୍ଟି ହେଲାଣି ଘୁର୍ଣ୍ଣିଝଡ଼ | ଆଉ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଖାପାଖି ଅଂଚଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ୨୨ ତାରିଖ ଯାଏଁ ବର୍ଷାରୁ ମିଳିବନି ନିସ୍ତାର | ବୁଧବାର ଏବଂ ଗୁରୁବାର ଅଧାରୁ ଅଧିକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବା ସମ୍ଭାବନା ରହିଛି । ଦୁଇଦିନ ପାଇଁ ୨୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।
ସେହିଭଳି ୧୮ ତାରିଖରେ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ..ତେବେ ସେହି ଜିଲ୍ଲାଗୁଡ଼ିକ ହେଲା – କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ବାଲେଶ୍ବର ସମେତ ଅନେକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି | କାରଣ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୯ ତାରିଖରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବା ନେଇ ୩୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ୨୧ ଓ ୨୨ ତାରିଖରେ କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ୍ ୧ରୁ ଆଜି ଯାଏଁ ରାଜ୍ୟରେ ମୋଟ୍ ୧୨୬୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଶତ ଅଧିକ। ତେବେ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।




