ଓଡ଼ିଶାରାଜନୀତି

ଆଲୋଚନା ହୋଇଛି ସଫଳ | ଓଡ଼ିଶାର ହେବ ବିକାଶ |

ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ୟୁଏଇ ଗସ୍ତ ଓଡ଼ିଶାର ଶିଳ୍ପ ବିକାଶ ଓ ଅର୍ଥନୈତିକ ସମୃଦ୍ଧି କ୍ଷେତ୍ରରେ ଏକ ଐତିହାସିକ ସଫଳତା ଆଣିଦେଇଛି। ଏହି ଗସ୍ତରେ ପାଖାପାଖି ୨୪ଟି ପ୍ରକଳ୍ପ ପାଇଁ ଏମଓୟୁ ଏବଂ ଆଇଏଏଫ୍ କମିଟମେଣ୍ଟ ହୋଇଛି। ଯାହା ମାଧ୍ୟମରେ ରାଜ୍ୟକୁ ୨,୪୩,୦୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବ। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଇଛି |

କେମିକାଲ୍, ପେଟ୍ରୋକେମିକାଲ୍, ମେଟାଲ୍ ଡାଉନଷ୍ଟ୍ରିମ୍, ହେଲ୍ଥ ସେକ୍ଟର, ଆଇଟି ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ୨,୪୩,୦୬୨ କୋଟି ଟଙ୍କାର ସଫଳ ନିବେଶ ପ୍ରସ୍ତାବ | ଦୁଇ ମାସରେ ଜମି ହସ୍ତାନ୍ତର: ଗ୍ରାଉଣ୍ଡ ସ୍ତରରେ କାମକୁ ସ୍ପୀଡ୍-ଅପ୍ କରିବା ପାଇଁ ୟୁଏଇର ଆଇଏଚସି କମ୍ପାନୀ ସହ ଏମଓୟୁର ମାତ୍ର ୨ ମାସ ମଧ୍ୟରେ ଜମି ଚୟନ କରାଯାଇ ତାର କାଗଜପତ୍ର ମୁଖ୍ୟ କାର୍ଯ୍ୟାଳୟରେ ହସ୍ତାନ୍ତର କରାଯାଇଛି।ଏହାକୁ ନେଇ ବିରୋଧୀ କଡା ପ୍ରଶ୍ନ କରିଥିଲେ |

ଆଉ ଏହାର ଜବାବ ଦେଇଛନ୍ତି ବିଜେପି ନେତା | ଗ୍ରାଉଣ୍ଡ ବ୍ରେକିଂ ଓ ବିକଳ୍ପ କାର୍ଯ୍ୟଗ୍ରାଉଣ୍ଡ ବ୍ରେକିଂ ଓ ପ୍ରକାରିତାକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ।। ଏହା ଏକ କ୍ରମାଗତ ପ୍ରକ୍ରିୟା। ବିଗତ ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପକୁ ଏଚଏଲସିଏ ଅନୁମୋଦନ ଦେଇସାରିଛି। ସେହିପରି ୩ ଲକ୍ଷ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଛି, ଯାହା ପୂର୍ବତନ ସରକାରଙ୍କ ୧୦ ବର୍ଷର ରେକର୍ଡ ସହ ସମାନ। ଆମ ସରକା ‘Speed of Doing Business’ କୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି |

Related Articles

Back to top button