ଓଡ଼ିଶା

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ। ପୁରୀ ରାଷ୍ଟ୍ରୀୟ ଅଧିବେଶନ ପାଇଁ ଜୋରଦାର ପ୍ରସ୍ତୁତି |

ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା ପ୍ରଦେଶର କାର୍ଯ୍ୟକାରିଣୀ ବୈଠକ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ । ବୈଠକରେ ରାଷ୍ଟ୍ରୀୟ ସଙ୍ଗଠନର କେନ୍ଦ୍ରୀୟ କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ସତ୍ୟେନ୍ଦ୍ର ଦୁବେ ଯୋଗଦେଇଥିଲେ।

ସେ କର୍ମକର୍ତ୍ତାମାନଙ୍କୁ ସଙ୍ଗଠନର ଲକ୍ଷ୍ୟ, ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଏଥିସହ କେନ୍ଦ୍ରୀୟ ନିର୍ଣ୍ଣାୟକ ମଣ୍ଡଳ ଅଧ୍ୟକ୍ଷ ଆଡଭୋକେଟ୍ ଅଭୟାନନ୍ଦ ମିଶ୍ର ମଧ୍ୟ ବୈଠକରେ ଉପସ୍ଥିତ ରହି ନିଜର ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ବୈଠକର ମୁଖ୍ୟ ଆଲୋଚନା ମଧ୍ୟରେ ରହିଥିଲା ଆଗାମୀ ୩୦ ତାରିଖରେ ପୁଣ୍ୟ ନୀଳାଚଳ ଧାମ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଗଠନର ରାଷ୍ଟ୍ରୀୟ ଅଧିବେଶନ। ଆଉ ଅଧିବେଶନର ଉଦ୍ଦେଶ୍ୟ, ଆୟୋଜନ ଏବଂ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ବିସ୍ତୃତ ଭାବେ ଆଲୋଚନା କରିଥିଲେ |

ପୁରୀ ଧାମରେ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଅଧିବେଶନ ସଙ୍ଗଠନର ଆଗାମୀ କାର୍ଯ୍ୟଧାରାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା। ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ଅଞ୍ଚଳର ସଙ୍ଗଠନାତ୍ମକ କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସମ୍ପର୍କରେ ମତାମତ ରଖିଥିଲେ।ବୈଠକରେ ଡ. ଅର୍ଜୁନ ମହାରଣା, ଜଗନ୍ନାଥ ପରିଡ଼ା, ଦୀପକ ସ୍ୱାଇଁ, ଦେବାଶିଷ ସାମନ୍ତରାୟ, ସୁଶାନ୍ତ କୁମାର ମିଶ୍ର, ଟାଇଫୁନ୍ ଦାସ୍, ସୌଦାମିନୀ ସାମଲ, ନମିତା ମାଧିଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ।ସମସ୍ତଙ୍କ ସକ୍ରିୟ ସହଯୋଗ, ଏକାଗ୍ରତା ଓ ସମନ୍ୱୟରେ ବୈଠକଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।

Related Articles

Back to top button