ଓଡ଼ିଶା
ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ | ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା ଓ ଯତ୍ନ |

ନନ୍ଦନକାନନରେ ଚିନ୍ତା ବଢ଼ାଇଛି ଓରାଙ୍ଗଉଟାନ ଛୁଆର ଅସୁସ୍ଥତା। ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହୋଇଛି। ଜ୍ୱର ଚିହ୍ନଟ ହେବା ପରେ ତୁରନ୍ତ ସଜାଗ ହୋଇଛି ନନ୍ଦନକାନନର ଡାକ୍ତରୀ ଟିମ୍।ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟାବସ୍ଥା ଉପରେ ରହିଛି ୨୪ ଘଣ୍ଟିଆ ନଜର। ଆବଶ୍ୟକ ଚିକିତ୍ସା ସହ ତାକୁ ଅବଜରଭେସନରେ ରଖାଯାଇଛି।କେବଳ ଚିକିତ୍ସା ନୁହେଁ, ଓରାଙ୍ଗଉଟାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ନିଆଯାଇଛି ବିଶେଷ ପଦକ୍ଷେପ। ସଂଗରୋଧ ଘରକୁ ମଶା ନ ପଶିବା ପାଇଁ ତାର ଜାଲି ବୁଲାଇ ଦିଆଯାଇଛି। ଅସୁସ୍ଥ ଓରାଙ୍ଗଉଟାନ ଯେପରି ଅନ୍ୟ କୌଣସି ସଂକ୍ରମଣର ଶିକାର ନହୁଏ, ସେଥିପାଇଁ ରହିଛି ସତର୍କତା।
ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗଉଟାନ। ଉଦ୍ଧାର ପରେ ସେମାନଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା।ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ୨୪ ଘଣ୍ଟିଆ ନିଘା ରଖାଯାଇଛି।ବିଶେଷକରି ଜଣେ ଓରାଙ୍ଗଉଟାନକୁ ଜ୍ୱର ହେବା ପରେ ଅଧିକ ସତର୍କ ହୋଇଛି ଡାକ୍ତରୀ ଟିମ୍।




