ଅନ୍ତର୍ଜାତୀୟଓଡ଼ିଶା

ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶକୁ ଆହୁରି ବଢ଼ାଇବା ଦିଗରେ ଆଉ ଏକ ପଦକ୍ଷେପ। ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ମହାମହିମ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ବୈଠକରେ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି।

ବିଶେଷ କରି ଓଡ଼ିଶାରେ ନୂତନ ପୁଞ୍ଜିନିବେଶର ସମ୍ଭାବନା ଓ ସୁଯୋଗ ଅନ୍ୱେଷଣ ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ଭିତ୍ତିଭୂମି ଏବଂ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ଅବଗତ କରାଇଛନ୍ତି। ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ଥିବା ବିଭିନ୍ନ ସୁଯୋଗକୁ ଅନ୍ୱେଷଣ କରିବା ସହ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ ଜଣାଇଛନ୍ତି।

ଓଡ଼ିଶାର ଶିଳ୍ପ ବିକାଶ, ନୂତନ ପୁଞ୍ଜିନିବେଶ ଏବଂ ଆନ୍ତର୍ଜାତିକ ସହଭାଗିତାକୁ ଆହୁରି ମଜବୁତ କରିବାରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇପାରେ।

Related Articles

Back to top button