Featuredଓଡ଼ିଶାକୃଷି

ଚାଷୀଙ୍କୁ ମିଳିଲା ସିଏମ୍ କିଷାନର ପଞ୍ଚମ କିସ୍ତି

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ ;   ‘ସିଏମ କିଷାନ’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯାଇଛି । ଭୁବନେଶ୍ୱର ଓୟୁଏଟି ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୩୩ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ଡିବିଟି ମାଧ୍ୟମରେ ପଠାଇଛନ୍ତି । ଏହି ସହାୟତା ରାଶି ଚାଷୀଙ୍କୁ କୃଷିକାର୍ଯ୍ୟରେ ସହାୟକ ହେବ । ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚାଷୀ ଏବଂ ଭୂମିହୀନ କୃଷକ  ପରିବାର ଏହା ଦ୍ୱାରା ଉପକୃତ ହେବେ ।

କୃଷକ ଭାଇ ଭଉଣୀଙ୍କ ଆତ୍ମନିର୍ଭରଶୀଳତା ଏବଂ କୃଷି କ୍ଷେତ୍ରରେ ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନିରନ୍ତର ଜାରି ରହିବ  । ସେହିପରି ଓଡ଼ିଶାର କୃଷି ଓ କୃଷକଙ୍କର ଆର୍ଥିକ ସୁରକ୍ଷା ଓ ସ୍ୱାବଲମ୍ବନକୁ ସୁଦୃଢ଼ କରିବା ଦିଗରେ ‘ସିଏମ୍ କିଷାନ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରି କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button