Uncategorized

‘ମନ୍ କି ବାତ୍’ରେ ଓଡ଼ିଶାର ମୈଥିଲି; ଡେବ୍ରିଗଡ଼ ମଡେଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ମୈଥିଲି ଭୁଏଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ପରିବେଶ ପର୍ଯ୍ୟଟନ, ଜଙ୍ଗଲ ସଂରକ୍ଷଣ ଏବଂ ନାରୀ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଏହି ସାବାସୀ ଦେଇଛନ୍ତି।ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଇକୋ-ଟୁରିଜିମ୍‌ର ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ ନେବାରେ ମୈଥିଲିଙ୍କ ପ୍ରମୁଖ ଭୂମିକା ରହିଛି। ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ କହିଥିଲେ, “ମୈଥିଲି ଭୁଏ ଏବଂ ତାଙ୍କ ସହଯୋଗୀ ମହିଳାମାନେ ପ୍ରମାଣ କରିଦେଇଛନ୍ତି ଯେ ପ୍ରକୃତି ସଂରକ୍ଷଣ ଓ ସ୍ଥାନୀୟ ଜୀବିକା କିପରି ଏକାଠି ଆଗକୁ ବଢ଼ିପାରିବ। ସ୍ଥାନୀୟ ଲୋକଙ୍କ ସହଭାଗିତା ବିନା ଜଙ୍ଗଲ ସୁରକ୍ଷା ଅସମ୍ଭବ, ଏବଂ ଡେବ୍ରିଗଡ଼ର ଏହି ସଫଳ ମଡେଲ ସମଗ୍ର ଦେଶ ପାଇଁ ପ୍ରେରଣାଦାୟୀ।” ମୈଥିଲିଙ୍କ ଏହି ସଫଳତା ଦର୍ଶାଉଛି ଯେ ସୁଯୋଗ ମିଳିଲେ ଗ୍ରାମାଞ୍ଚଳର ମହିଳାମାନେ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

Related Articles

Back to top button