ଅନ୍ୟାନ୍ୟବାଣିଜ୍ୟ

ପାର୍ବଣ ଋତୁ ସମୟରେ ଚିନିର ଦର ହେବ ସ୍ବାଭାବିକ

ଭୁବନେଶ୍ୱର,ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚିନି ଦର ବୃଦ୍ଧି,ବ୍ୟବସାୟୀଙ୍କ ମୁଣ୍ଡବ୍ୟଥା ସାଜିଛି । ହେଲେ ଏପରି ସମୟରେ ଦେଶରେ ଚିନିର ଅଭାବ ରହିଥିବା ଖବରକୁ, ଏଡ଼ାଇଛି ଦେଶର ଉଦ୍ୟୋଗ ସଂଘ । ଆମଦାନୀ ହୋଇଥିବା ଚିନି ଅକ୍ଟୋବର ମାସରେ ଦେଶରେ, ପହଞ୍ଚିବା ଆରମ୍ଭ କରିବ । ଏହାର ପ୍ରକ୍ରିୟାକରଣ ମଧ୍ୟ, ଅକ୍ଟୋବର ମାସରେ ଆରମ୍ଭ ହେବ ।ISMA ଏପରି ଚିନି ଦର ବୃଦ୍ଧି ପାଇବାର କାରଣ ପଛରେ, ବିଭିନ୍ନ ଆକଳନ ଓ ଗ୍ରାହକ ଭୟଭୀତ, ହୋଇ ଅଧିକ ମାତ୍ରାରେ, ଚିନି କ୍ରୟ କରିବା କାରଣକୁ, ଦାୟୀ କରିଛନ୍ତି । ISMA ଉପସଭାପତି ମାଧବ ବି ଶ୍ରୀରାମ କହିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ, ଚିନିର ଦର ସାମାନ୍ୟ ସ୍ତରକୁ ଆସିଯିବାର ସମ୍ଭାବନା ରହିଛି । ଏହା ପରେ ତିନିର ପ୍ରତି କେଜି ମୂଲ୍ୟ 48-52ଟଙ୍କା ମଧ୍ୟରେ, ରହିବାର ଆକଳନ ରହିଛି ।ଯେବେ ଦେଶରେ ସଠିକ ପରିମାଣରେ ଆଖୁ ଉତ୍ପାଦନ ଜାରି ରହିଥିଲା, ରପ୍ତାନୀ କାର୍ଯ୍ୟ ଜାରି ରହିଥିଲା । ମାତ୍ର ଯେବେ କୃଷି ଉତ୍ପାଦନ କ୍ଷେତ୍ରରେ, ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଲା, ବାହ୍ୟ ଦେଶକୁ ଚିନି ରପ୍ତାନୀକୁ ରୋକା ଯାଇଥିଲା । ସରକାର ସକ୍ରିୟ ଭାବେ, ଚିନି ଉଦ୍ୟୋଗ ସହିତ, କାର୍ଯ୍ୟ କରୁଥିବା ଏହା ପ୍ରଦର୍ଶିତ କରୁଛି । ଗତ ଦୁଇ ସପ୍ତାହ ଧରି ସରକାର, ଖାଉଟିଙ୍କ ସୁରକ୍ଷା ପାଇଁ, ଆବଶ୍ୟକମତେ, ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

Related Articles

Back to top button