ଅନ୍ୟାନ୍ୟକ୍ରୀଡ଼ା

ଦ୍ବିତୀୟ ଥର ପାଇଁ RCB ଆଇପିଏଲ୍ ଚାମ୍ପିଅନ୍

ଭୁବନେଶ୍ୱର,ଗୁଜରାଟକୁ ୫ ୱିକେଟରେ ହରାଇ ଟାଇଟେଲ୍ ଜିତିଲା, RCB। ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଟାଇଟଲ୍ ଡିଫେଣ୍ଡ କଲା ଦଳ। ଅପରାଜିତ ରହି ଦଳକୁ ବିରାଟ ଦେଲେ, ବିଜୟ ଭେଟି।ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟରେ, କରିଥିଲା ୧୫୫ରନ୍। କେବଳ ୱାଶିଂଟନ୍ ସୁନ୍ଦର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଦମଦାର ଓପନିଂ କରିଥିଲେ ଆରସିବି ବ୍ୟାଟ୍ସମ୍ୟାନ୍। ଓଭର ପିଛା ୧୦ରନ୍ ଲେଖାଏଁ ସ୍କୋର କରୁଥିଲେ, କୋହଲି ଏବଂ ଆୟର। ତେବେ ଭଲ ପାର୍ଟନରସିପ୍ ଚାଲିଥିବା ବେଳେ ଖସିଥିଲା ବେଙ୍ଗାଳୁରୁର ପ୍ରଥମେ ୱିକେଟ୍।  ୧୬ ବଲରୁ ୩୨ ରନ୍ କରି ଆଉଟ୍ ହୋଇଥିଲେ, ଆୟର। ପରେ ପଡିକଲ୍ ୧, ରଜତ ପଟିଦାର ୧୫, କୃନାଲ ପାଣ୍ଡ୍ୟା ୧  ଏବଂ ଟିମ୍ ଡେଭିଡ୍ ୨୪ ରନ୍ କରି ହରାଇଥିଲେ ୱିକେଟ୍। ତେବେ ଏକା କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି, ବେଙ୍ଗାଳୁରୁକୁ ଜିତାଇଥିଲେ।

Related Articles

Back to top button