ଅନ୍ୟାନ୍ୟରାଜନୀତି

ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ର ବଡ଼ ଘୋଷଣା

ଭୁବନେଶ୍ୱର,‘ଅନ୍ନପୂର୍ଣ୍ଣାନୀ ସୁପର ସିକ୍ସ’ ଯୋଜନା ଅନ୍ତର୍ଗତ ବର୍ଷକୁ ତିନିଟି ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟ, ଘୋଷଣା କରିଛନ୍ତି।ଏହା ଦ୍ବାରା ରାଜ୍ୟର କୋଟିଏ ୩୦ ଲକ୍ଷରୁ, ଅଧିକ ପରିବାର ଉପକୃତ ହେବେ।ଏହି ଯୋଜନାରେ ବର୍ଷକୁ ଅଢ଼େଇ ଲକ୍ଷ କିମ୍ବା ତା’ଠାରୁ କମ୍ ଆୟ ଥିବା ପରିବାରକୁ, ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ।  ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀଙ୍କ ପାଇଁ, ମାଗଣା ବସ୍ ସେବା ଯୋଜନାର, ବିସ୍ତାର ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଅନ୍ୟପକ୍ଷରେ ପାରାନ୍ଦୁର ବିମାନବନ୍ଦର ପ୍ରକଳ୍ପକୁ, ବାତିଲ ସମ୍ପର୍କରେ, ସେ ବିଧାନସଭାରେ ଘୋଷଣା କରିଛନ୍ତି। ବିମାନବନ୍ଦର ପ୍ରକଳ୍ପ ବାତିଲ ହେବା ଶାସକ ଟିଭିକେ ଏବଂ ବିରୋଧୀ ଡିଏମକେ ମଧ୍ୟରେ ବିବାଦର, ଏକ ନୂତନ ପ୍ରସଙ୍ଗ ପାଲଟିଛି। ସେ ନୂତନ ବିମାନବନ୍ଦର ପାଇଁ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବାକୁ, ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ନୂତନ ବିମାନବନ୍ଦର ଏପରି ସ୍ଥାନରେ, ନିର୍ମାଣ କରାଯିବା ଉଚିତ୍ ଯାହା ଦ୍ବାରା କୃଷି ଜମି ଏବଂ ଆବାସିକ ଅଞ୍ଚଳ ଉପରେ କମ୍‌ ପ୍ରଭାବ ପଡ଼ିବ।

Related Articles

Back to top button