ନିର୍ବାଚନରାଜନୀତି

ଆସନ୍ତା ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର ,ଆସନ୍ତା ଜୁଲାଇ ୨୧ ତାରିଖରେ ‘ଓସୱାନ’  ପ୍ଲାଟଫର୍ମ ମାଧ୍ୟମରେ,  ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର  ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନୁଷ୍ଠିତ ହେବ ।

ଏହି ଭିଡିଓ କନଫରେନ୍ସିଂ ବୈଠକରେ ସାମିଲ ହେବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ, ନିର୍ବାଚନ କମିଶନଙ୍କ ପକ୍ଷରୁ, ଚିଠି ଲେଖି ଅବଗତ କରାଯାଇଛି ।

ନିର୍ବାଚନ ପ୍ରସ୍ତୁତି ସହ ଜଡ଼ିତ ଆର୍ଥିକ ସ୍ୱଚ୍ଛତା ଉପରେ ମଧ୍ୟ ବୈଠକରେ, ଗୁରୁତ୍ୱ ଦିଆଯିବ ।

ବିଭିନ୍ନ ଜିଲ୍ଲାରେ ହୋଇଥିବା ଖର୍ଚ୍ଚର ଡିସି ବିଲ୍‌, ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ୍‌ ଦାଖଲ ପ୍ରକ୍ରିୟା, ଉପରେ ମଧ୍ୟ କମିଶନ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ।

ନିର୍ବାଚନ ପାଇଁ ବାକି ଥିବା ସମୟ ପୂର୍ବରୁ ହିଁ, ସମସ୍ତ ବୈଷୟିକ ଏବଂ ପ୍ରଶାସନିକ ପ୍ରସ୍ତୁତି ଶେଷ କରିବାକୁ, ରାଜ୍ୟ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି, ଯାହାଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପୂର୍ଣ୍ଣ ଭାବେ, ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ଭାବରେ ସମ୍ପନ୍ନ ହୋଇପାରିବ ।

Related Articles

Back to top button