ଅନ୍ତର୍ଜାତୀୟମନୋରଞ୍ଜନ

ମିସ୍ ୟୁନିଭର୍ସ ଇଣ୍ଡିଆ 2026 ଟାଇଟଲ୍ ଜିତିଛନ୍ତି କେଜିଆ ଲିଜ୍ ମେଜୋ

ଭୁବନେଶ୍ୱର ,ମିସ୍ ୟୁନିଭର୍ସ ଇଣ୍ଡିଆ 2026 ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ, ବିଭିନ୍ନ ରାଜ୍ୟରୁ 52 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରାତି ପ୍ରାୟ 2:50ରେ ବିଜେତାଙ୍କ ନାମ, ଘୋଷଣା କରାଯାଇଥିଲା । କାଜିଆ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ଏବଂ ବୁଦ୍ଧିମତାରେ ସମସ୍ତ ବିଚାରକଙ୍କୁ, ପ୍ରଭାବିତ କରି ମୁକୁଟ ଜିତିଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ 2025 ବିଜେତା ମନିକା ବିଶ୍ୱକର୍ମା କେରଳର, କାଜିଆ ଲିଜ୍ ମାଜୋଙ୍କୁ ମୁକୁଟ ପିନ୍ଧାଇଥିଲେ । ସେହିପରି ତାମିଲନାଡୁର ବୈଷ୍ଣବୀ ଗଣେଶ, ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ 2026ର ମୁକୁଟ ପିନ୍ଧିଛନ୍ତି କାଜିଆ ଲିଜ୍ ମାଜୋ  । ପିଙ୍କ୍ ସିଟି ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ, 52 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର 19 ବର୍ଷୀୟା କାଜିଆ ‘ମିସ୍ ୟୁନିଭର୍ସ ଇଣ୍ଡିଆ 2026’ ଟାଇଟଲକୁ ନିଜ ନାମରେ କରିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ପୁଏର୍ଟୋ ରିକୋ ରେ ଅନୁଷ୍ଠିତ ହେବାକୁ ଥିବା 75ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ, ଭାରତକୁ ପ୍ରତିନିଧିତ୍ୱ କରିବେ କାଜିଆ ।ମିସ୍ ୟୁନିଭର୍ସ ଇଣ୍ଡିଆ 2026 ବିଜେତା କାଜିଆ ଲିଜ୍ ମାଜୋ ଚଳିତ ବର୍ଷ ଶେଷ ଭାଗରେ ପୁଏର୍ଟୋ ରିକୋରେ ଅନୁଷ୍ଠିତ ହେବାକୁ ଥିବା 75ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ।

Related Articles

Back to top button