Uncategorized

ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ: ପରମିଟ୍ ପରେ ଏବେ ବାତିଲ ହେବ ଆର୍‌ସି!

ଭୁବନେଶ୍ବର: ଅନଲାଇନ୍ ଅଟୋ ଚାଳକଙ୍କୁ ଭାରି ପଡ଼ିଛି ଆନ୍ଦୋଳନ। ଗତ ବୁଧବାର କରିଥିବା ବେଆଇନ୍ ଆନ୍ଦୋଳନ ଯୋଗୁଁ ଏବେ ହରଡ଼ଘଣାରେ ଶହ ଶହ ଅନଲାଇନ୍ ଅଟୋ ଚାଳକ। ଆନ୍ଦୋଳନ ଦିନ ବିକ୍ଷୋଭକାରୀମାନେ ଉଗ୍ର ହୋଇ ଯେଉଁ ଭଙ୍ଗାରୁଜା କରିଥିଲେ, ତାହା ଏବେ ସେମାନଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣା ଦିନ ଅର୍ଥାତ୍ ବୁଧବାର ପୁଲିସ ୪୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଜବତ କରିଥିଲା। ସେଗୁଡ଼ିକର ପରମିଟ୍ ବାତିଲ ପାଇଁ ନୋଟିସ୍ ଦିଆଯାଇଥିବା ବେଳେ, ଶହେରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ମାମଲାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ଆଞ୍ଚଳିକ ପରିବହନ ବିଭାଗ (RTO)। ଭୁବନେଶ୍ବର ଆର୍‌ଟିଓ ମାନସ ମିଶ୍ରଙ୍କ ସୂଚନା ଅନୁସାରେ, ଆନ୍ଦୋଳନ ପରେ ଘଟଣାସ୍ଥଳରୁ ୪୮୦ଟି ଗାଡ଼ି ଜବତ କରିଥିଲା ପୁଲିସ। ସମସ୍ତ ଗାଡ଼ି ମାଲିକଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ଏହି ନୋଟିସର ସମୟସୀମା ଆଜି ଶେଷ ହେଉଥିବା ବେଳେ ମାତ୍ର ୨୫ ଜଣ ଉତ୍ତର ରଖିଛନ୍ତି, ଅନ୍ୟମାନେ କୌଣସି ଜବାବ ଦେଇନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ଅନେକ ଗାଡ଼ିର ଜରିମାନା  ବାକି ରହିବା ସହ ଫିଟ୍‌ନେସ୍ ସାର୍ଟିଫିକେଟ୍ କିମ୍ବା ବୀମା ନାହିଁ। ବିଭାଗ ପକ୍ଷରୁ ଏହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି ଏବଂ ସେଗୁଡ଼ିକର ଆର୍‌ସି (RC) ବାତିଲ ପାଇଁ ନୋଟିସ୍ ପଠାଯିବ।

Related Articles

Back to top button