Uncategorized

ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଳଙ୍କାର ଗଣତି

ଭୁବନେଶ୍ବର: ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆସନ୍ତା ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ସୁନା-ରୂପା ଓ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ। ଶ୍ରୀମନ୍ଦିରର ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ ଛତିଶା ନିଯୋଗ ଓ ଛାମୁ ଚିଟାଉ (ବା କମାଣ୍ଡର)ଙ୍କ ପରାମର୍ଶକ୍ରମେ ଏହି ଦୁଇ ଦିନିଆ ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ସମ୍ପୂର୍ଣ୍ଣ ଗଣନା ପ୍ରକ୍ରିୟା ଶେଷ କରାଯିବ। ପୂର୍ବଭଳି ସମସ୍ତ ନିୟମ, କଡ଼ା ସୁରକ୍ଷା ଓ ସତର୍କତା ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଛି। ଏହି ସୂଚନା ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ, କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛନ୍ତି। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ହେବାକୁ ଥିବା ଏହି ଗଣତିମଣତି ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି।

Related Articles

Back to top button