Uncategorized

SRC ରିପୋର୍ଟ: ବନ୍ୟା ପ୍ରଭାବିତ ଜିଲ୍ଲାରେ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ୧୫୦ ଗର୍ଭବତୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଏହି ଦୁର୍ଦ୍ଦଶା ଭିତରେ ବି ଏକ ଆଶ୍ୱସ୍ତିକର ଖବର ଆସିଛି। ବନ୍ୟା ସମୟରେ ମାତୃ ସ୍ୱାସ୍ଥ୍ୟ ସେବା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୪ ଜଣ ହସ୍ପିଟାଲରେ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍, ଉଦ୍ଧାର, ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର୍ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ବନ୍ୟାରେ ୭ଟି ଜିଲ୍ଲା ପ୍ରଭାବିତ ହୋଇଛି। ସେଗୁଡ଼ିକ ହେଲା-ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼। ଏହି ଜିଲ୍ଲାଗୁଡ଼ିକର ୭୬ଟି ବ୍ଲକ୍, ୫୦୫ଟି ଗ୍ରାମପଞ୍ଚାୟତ, ୧,୭୦୩ଟି ଗାଁ ଏବଂ ୧୨ଟି ସହରାଞ୍ଚଳର ମୋଟ ୧୩,୪୪,୬୯୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ପରିସ୍ଥିତି ଅଧିକ ଆହ୍ୱାନପୂର୍ଣ୍ଣ ରହିଥିବା ବେଳେ ଆଜି ଅଧିକାଂଶ ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳକୁ ଆସିଛି।

Related Articles

Back to top button