ଏଫ୍ଆଇଏଚ୍ ପୁରୁଷ ଓ ମହିଳା ହକି ବିଶ୍ବକପ-୨୦୨୬,ଅଗଷ୍ଟ୧୫ରୁ ୩୦

ଭୁବନେଶ୍ୱର,ପ୍ରଥମ ଥର ପାଇଁ ଏକ ସଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ, ଆୟୋଜିତ ହେଉଛି। ନୂଆ ଫର୍ମାଟରେ ଆୟୋଜିତ, ଉକ୍ତ ବିଶ୍ବକପର ମ୍ୟାଚ ଗୁଡ଼ିକ ୱାଭ୍ରେ ଓ ଆମଷ୍ଟଲଭିନରେ, ଖେଳାଯିବ। ପୁରୁଷ ବିଭାଗରେ ମୋଟ୍ ୧୬ଟି ଦଳ, ଅଂଶଗ୍ରହଣ କରିଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ,ବିଭକ୍ତ କରାଯାଇଛି। ଏଫ୍ଆଇଏଚ୍ ପୁରୁଷ ଓ ମହିଳା ହକି ବିଶ୍ବକପ-୨୦୨୬ ନେଦରଲାଣ୍ଡ୍ସ ଓ ବେଲଜିୟମରେ, ଚଳିତ ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ।ପ୍ରତି ଗ୍ରୁପର ଦୁଇଟି ଲେଖାଏଁ ଦଳ ଦ୍ବିତୀୟ ରାଉଣ୍ଡକୁ, ଉନ୍ନୀତ ହେବେ। ୪ଟି ଗ୍ରୁପର ୮ଟି ଦଳକୁ ନେଇ ଦ୍ବିତୀୟ ରାଉଣ୍ଡ ମ୍ୟାଚ, ଖେଳାଯିବ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଦ୍ବିତୀୟ ରାଉଣ୍ଡ ମ୍ୟାଚ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ଦୁଇ ଗ୍ରୁପର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ, ଉନ୍ନୀତ ହେବେ। ଅଗଷ୍ଟ ୨୮ରେ ସେମିଫାଇନାଲା ଓ ୩୦ରେ ଫାଇନାଲ ୱାଭ୍ରେ, ଷ୍ଟାଡ଼ିୟମରେ ଖେଳାଯିବ। ୧୫ରେ ଗ୍ରୁପ-ବି ର ଦୁଇଟି ମ୍ୟାଚ ଜର୍ମାନୀ-ମାଲେସିଆକୁ ଓ ବେଲଜିୟମ-ଫ୍ରାନ୍ସକୁ ଭେଟିବ। ଭାରତ ପ୍ରଥମ ସଂସ୍କରଣ, ୧୯୭୧ରେ କାଂସ୍ୟ, ୧୯୭୩ ଦ୍ବିତୀୟ ସଂସ୍କରଣରେ, ରୌପ୍ୟ ଓ ୧୯୭୫ ତୃତୀୟ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲା। ବିଶ୍ବକପର ଇତିହାସକୁ ଦେଖିଲେ, ପାକିସ୍ତାନ ସର୍ବାଧିକ ୪ଥର, ଜର୍ମାନୀ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ୩ଥର ଲେଖାଏଁ, ଭାରତ ଓ ବେଲଜିୟମ ଥରେ, ଲେଖାଏଁ ଚମ୍ପିଆନ ହୋଇଛନ୍ତି। ଦଳ ୱେଲ୍ସ ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ ଓ ୱେଲ୍ସ ମ୍ୟାଚ, ଅପରାହ୍ଣ ୪ଟା୩୦ରେ ଖେଳାଯିବ।



