Uncategorized
ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର


ଭୁବନେଶ୍ବର: ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଟୋକନ୍ ମିଳିବ ଏବଂ ସେମାନଙ୍କ ଧାନ କିଣାଯିବ। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ, ଧାନ ସଂଗ୍ରହ ପଞ୍ଜୀକରଣ ସହ ‘ଏଗ୍ରିଷ୍ଟେକ୍ ଆଇଡି’ର କୌଣସି ବାଧ୍ୟତାମୂଳକ ସମ୍ପର୍କ ନାହିଁ। ସରକାର ଚାଷୀଙ୍କୁ ଆଦୌ ହଇରାଣ କରିବାକୁ ଚାହୁଁନାହାନ୍ତି। ଏଗ୍ରିଷ୍ଟେକ୍ ଆଇଡି କେବଳ ଚାଷୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ଭାବେ କାର୍ଯ୍ୟ କରିବ, ଯାହା ଦ୍ୱାରା ସେମାନେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ସମ୍ବଲପୁରଠାରେ ଆୟୋଜିତ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏଗ୍ରିଷ୍ଟେକ୍ ସମ୍ପର୍କରେ ଏହି ପ୍ରତିକ୍ରିୟା ରଖିଛନ୍ତି।




