
ଭୁବନେଶ୍ୱର,ଲଗାଣ ବର୍ଷା ପରେ ବୈତରଣୀ ନଦୀ, ପୁଣି ଉଛୁଳିଛି । ନଦୀର ଜଳସ୍ତର ଲଗାତାର ବୃଦ୍ଧି ପାଉଥିବାରୁ, ତଳିଆ ଅଞ୍ଚଳର ଅନେକ ଗାଁ ଜଳମଗ୍ନ, ହୋଇପଡ଼ିଛି ଓ ହଜାର ହଜାର ଲୋକ ପୁଣିଥରେ ବନ୍ୟାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ଝୁଟୁନା, ବନ୍ଦଳା-ମଢିଆଳି, ନାପାଙ୍ଗ,ମାଲଦା, ସୋଲମପୁର ରହାଣିଆ ଓ ବାଲିପୋଖରୀ ସହିତ ସାତଟି ପଞ୍ଚାୟତ, ବନ୍ୟା ଜଳ ଘେରରେ। କାଣ୍ଟି ଓ ବାଲିପୋଖରୀ ଏସ୍କେପରେ ପାଣି ପ୍ରବାହିତ ହେବାରୁ, ଭଣ୍ଡାରିପୋଖରୀ-ଯାଜପୁର ସଂଯୋଗକାରୀ ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଧାମନଗର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ରାତିସାରା ଲାଉଡସ୍ପିକର ,ଯୋଗେ ସତର୍କବାଣୀ ପ୍ରଚାର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ, ଯିବାକୁ ପରାମର୍ଶ ଦିଆଯାଉଛି।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ, କଡ଼ା ନଜର ରଖାଯାଇଥିବା ବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ପ୍ରସ୍ତୁତି ଜୋରଦାର କରାଯାଇଛି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀର ଜଳସ୍ତର ୪୦.୨୫ ମିଟରକୁ ବୃଦ୍ଧି ପାଇ, ୩୮.୩୬ ମିଟରଠାରୁ, ବହୁତ ଅଧିକ ବିପଦ ସ୍ତର ରହିଛି। ନଦୀ ପାଖ ଅଞ୍ଚଳରେ ପାଣି ବଢ଼ିବା ସହିତ, ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଚାଲିଛି। ଅନେକ ସ୍ଥାନରେ, ଚାଷଜମି ଓ ଗାଁ ରାସ୍ତା ସବୁ ବୁଡ଼ିଯାଇଛି।




