କ୍ରୀଡ଼ାଜାତୀୟ

ଡେଭିସ୍‌ କପ୍‌ର ୨ୟ ରାଉଣ୍ଡ ସେପ୍ଟେମ୍ବର ୧୮ ଓ ୧୯ରେ ଭାରତ ଖେଳିବ।

ଭୁବନେଶ୍ୱର ,ଘରୋଇ ଦକ୍ଷିଣ କୋରିଆ ବିପକ୍ଷ​ରେ ସିଓଲରେ, ସେପ୍ଟେମ୍ବର ୧୮ ଓ ୧୯ରେ ଭାରତ ଡେଭିସ୍‌ କପ୍‌ର ୨ୟ ରାଉଣ୍ଡ ଖେଳିବ।ମୁକାବିଲା ପାଇଁ ଭାରତୀୟ ଦଳରେ, ନବାଗତ ଖେଳାଳି ମାନସ ଧାମ୍‌ନେ ସାମିଲ ହୋଇଛନ୍ତି। ୧୮ ବର୍ଷ ବୟସ୍କ ମାନସ ୫-ଜଣିଆ ଭାରତୀୟ ଦଳର, ସର୍ବକନିଷ୍ଠ ଖେଳାଳି। ବିଶ୍ବ ମାନ୍ୟତାର ୩୬୨ ସ୍ଥାନରେ ଥିବା ମାନସ ଧାମ୍‌ନେ, ଜଣେ ସିଙ୍ଗଲ୍‌ସ ବିଶେଷଜ୍ଞ।ଡବଲ୍‌ସ ଖେଳିବାକୁ ଥିବା ଦୁଇ ଖେଳାଳି ୟୁକି ଭାମ୍ବ୍ରିଙ୍କ ବିଶ୍ବ ମାନ୍ୟତା ୨୮ ଓ ଏନ୍‌. ଶ୍ରୀରାମ ବାଲାଜୀଙ୍କ ବିଶ୍ବ ମାନ୍ୟତା ୫୭ ରହିଛି। ଅତିରିକ୍ତ ଖେଳାଳି ଭାବେ ରହିଛନ୍ତି ସିଦ୍ଧାର୍ଥ ରାୱତ ଓ ଅର୍ଣ୍ଣବ ପାପରକର। ଗତ ଫେବୃଆରୀରେ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ, ନେଦରଲାଣ୍ଡ୍‌ସକୁ ୩-୨ ମ୍ୟାଚ୍‌ରେ ହରାଇ ଭାରତ ୨ୟ ରାଉଣ୍ଡରେ ପହଞ୍ଚିଛି। ଉକ୍ତ ମ୍ୟାଚ୍‌ରେ ଭାରତ ପାଇଁ ହିରୋ ଥିଲେ, ୬ ଫୁଟ୍‌ ୫ ଇଞ୍ଚ୍‌ ଉଚ୍ଚତାର ଦକ୍ଷିଣେଶ୍ବର। ଉଭୟ ସିଙ୍ଗଲ୍‌ସ ଦକ୍ଷିଣେଶ୍ବର ଜିତିବା ପରେ, ୟୁକି ଭାମ୍ବ୍ରିଙ୍କ ସହ ମିଶି ଡବଲ୍‌ସ ମଧ୍ୟ ଜିତିଥିଲେ। ଦକ୍ଷିଣ କୋରିଆ ମଧ୍ୟ ବଡ଼ ବିପର୍ଯ୍ୟୟ ଘଟାଇ ୨ୟ ରାଉଣ୍ଡରେ, ପହଞ୍ଚିଛି। ବୁସାନ୍‌ରେ ଉକ୍ତ ମୁକାବିଲାରେ ,୨୦୧୬ର ଚମ୍ପିଆନ୍ ଆର୍ଜେଣ୍ଟିନାକୁ ୩-୨ରେ କୋରିଆ ପରାସ୍ତ କରିଥିଲା। ମ୍ୟାଚ୍‌ରେ କୋରିଆର କ୍ବୋନ୍ ସୁନ୍‌ଉ, ଭଲ ପ୍ରଦର୍ଶନ କରିଥିଲେ। ଭାରତ-କୋରିଆ ମଧ୍ୟରେ କଡ଼ା ମୁକାବିଲା ହେବ।

Related Articles

Back to top button