Uncategorized
ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି


ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ପଦୋନ୍ନତି। ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଏଡିଜି (ADG)ରୁ ଡିଜି (DG) ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ଏହି ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅନ୍ୟପଟେ, ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବାକୁ ଯାଉଥିବାରୁ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। ପରବର୍ତ୍ତୀ ଡିଜିପି ଚୟନ ପାଇଁ ଗତ ୭ ତାରିଖରେ ୟୁପିଏସସି (UPSC) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ବୋର୍ଡକୁ ପଠାଇଥିଲେ। ଏହି ତାଲିକାରେ ସୁଧାଂଶୁ ଷଡ଼ଙ୍ଗୀ, ସାରଙ୍ଗୀ କୋଚେ ଓ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାମ ରହିଥିଲା। ତେବେ ଉକ୍ତ ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି।




