
ଭୁବନେଶ୍ୱର ,ସରଫରାଜ ଖାନ ପୁଣି ଥରେ ଭାରତୀୟ ଦଳର, ଅଂଶ ହୋଇଯାଇଛନ୍ତି। ଯାହାକି ଏକ ପ୍ରକାରରେ ତାଙ୍କ ଦୃଢ଼ ସଂକଳ୍ପର ହିଁ ବିଜୟ। ଭାରତୀୟ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର, କିଛି ଦିନ ପୂର୍ବରୁ ସରଫରାଜ ଖାନ ସୋସିଆଲ ମିଡିଆରେ ଲେଖିଥିଲେ, “ହୋଇପାରେ ମୁଁ ଦଳରେ ଫିଟ୍ ବସୁନଥିବି, କିନ୍ତୁ ମୁଁ ମୋ ତରଫରୁ କୌଣସି ସୁଯୋଗ ହାତଛଡ଼ା କରିବି ନାହିଁ।ସରଫରାଜଙ୍କ ପାଇଁ ଟିମ୍ ଇଣ୍ଡିିଆକୁ ପ୍ରତ୍ୟାବର୍ତ୍ତନ ଏହାଠାରୁ ଭଲ ସମୟ, ହୋଇ ନପାରେ। କାରଣ ସେ ଫିଟ୍ ହେବା ପାଇଁ ନିଜ ପକ୍ଷରୁ, ସବୁ ପ୍ରକାର ସମ୍ଭବ ଚେଷ୍ଟା କରିଥିଲେ। ଯେଉଁଥିରେ ବିଗତ ଦେଢ଼ ବର୍ଷ ମଧ୍ୟରେ, ୧୭ କିଲୋ ଓଜନ କମାଇବା ମଧ୍ୟ ସାମିଲ ଥିଲା। ବର୍ତ୍ତମାନ ସେ ଅଧିକ ଫିଟ୍ ଦେଖାଯାଉଛନ୍ତି।ମୁମ୍ବାଇରେ ଅଦିନିଆ ବର୍ଷା ଯୋଗୁଁ ଅଭ୍ୟାସ କରିବା, ସମ୍ଭବ ନଥିଲା ଏବଂ ସେଥିପାଇଁ ସରଫରାଜ କାଶ୍ମୀର ଚାଲିଯାଇଥିଲେ। ଯେଉଁଠାରେ ସେ ନିଜ କୌଶଳକୁ ସୁଧାରିବା ପାଇଁ, ଶେର-ଏ-କାଶ୍ମୀର ଷ୍ଟାଡିୟମରେ ଘଣ୍ଟା ଘଣ୍ଟା ସମୟ ବିତାଇଥିଲେ। ତେଣୁ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ବହୁତ, ଗୁରୁତ୍ୱ ରଖେ।




