
ଭୁବନେଶ୍ୱର ,ସରକାର ଦେଶରେ 10 ଗିଗାୱାଟ୍ରୁ ଅଧିକ କ୍ଷମତା ବିଶିଷ୍ଟ, ପଲିସିଲିକନ୍ ଉତ୍ପାଦନ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ 2030 ମସିହା ସୁଦ୍ଧା 500 GW ଅଣ-ଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ହାସଲ କରିବା ପାଇଁ, ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୌର ଶକ୍ତିର ମୁଖ୍ୟ ଉତ୍ପାଦ, ସୌର ମଡ୍ୟୁଲ୍ ନିର୍ମାଣ ପାଇଁ ଭାରତର କ୍ଷମତା, 200 ଗିଗାୱାଟ ଅତିକ୍ରମ କରିଛି ଏବଂ ସୌର ସେଲ୍ କ୍ଷମତା 32 ଗିଗାୱାଟ ଅତିକ୍ରମ କରିଛି । ଆଗାମୀ ବର୍ଷ ମଧ୍ୟରେ ଅତିରିକ୍ତ 100 ଗିଗାୱାଟ ସୌର ସେଲ୍, କ୍ଷମତା କାର୍ଯ୍ୟକ୍ଷମ ହେବାର, ଆଶା କରାଯାଉଛି ।ସରକାର ପୂର୍ବରୁ ସୌର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନକୁ, ପ୍ରୋତ୍ସାହିତ କରିବା ପାଇଁ ₹24,000 କୋଟି ଟଙ୍କାର PLI ଯୋଜନାକୁ, ଅନୁମୋଦନ କରିଛନ୍ତି । ହେଲେ ନୂତନ ଯୋଜନା ଏହି ପାଣ୍ଠି ଠାରୁ ଅଲଗା ହେବ । ପଲିସିଲିକନ୍ ଉତ୍ପାଦନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଏବଂ ଏଥିପାଇଁ ଉଚ୍ଚ ପୁଞ୍ଜି ନିବେଶ, ଏବଂ ପ୍ରଚୁର ପରିମାଣର, ବିଦ୍ୟୁତ୍ ଆବଶ୍ୟକ । ନୂତନ ସ୍ୱତନ୍ତ୍ର PLI ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହି ଉଚ୍ଚ ପ୍ରାରମ୍ଭିକ ଖର୍ଚ୍ଚ ଏବଂ ବୈଷୟିକ ବିପଦକୁ ହ୍ରାସ କରିବା । କେନ୍ଦ୍ର ସରକାର ସୌର ଶକ୍ତି କ୍ଷେତ୍ରରେ ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ଏବଂ ଚୀନ୍ ଉପରେ ନିର୍ଭରଶୀଳତା ସମାପ୍ତ କରିବା ପାଇଁ, ଆଉ ଏକ ପ୍ରମୁଖ ଆର୍ଥିକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ, ସନ୍ତୋଷ କୁମାର ସାରଙ୍ଗୀ ନୂଆଦିଲ୍ଲୀରେ ଅନୁଷ୍ଠିତ, ଭାରତୀୟ ଶିଳ୍ପ ମହାସଂଘ କାର୍ଯ୍ୟକ୍ରମରେ, ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରିଛନ୍ତି ।




