Uncategorized

ଫୁଲୁଛି ସାଳନ୍ଦୀ ଓ ବୈତରଣୀ: ଭଦ୍ରକରେ ବନ୍ୟା ପରିସ୍ଥିତି, ଇଟାପାଳ ନିକଟରେ ୧୫ ଫୁଟର ଘାଇ

ଭୁବନେଶ୍ବର: ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ରାଜଘାଟ ପୋଲ ନିକଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଏଠାରେ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ଜଳସ୍ତର ୧୬.୮୦ ଫୁଟରେ ପହଞ୍ଚିଛି। ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟାଜଳରେ ଅର୍ଣ୍ଣପାଳ ପଞ୍ଚାୟତର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷଜମି ପାଣିରେ ବୁଡ଼ିରହିଛି। ରାଜମୁକୁନ୍ଦପୁର ପୋଲ ଉପରେ ପ୍ରାୟ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ହଦଗଡ଼ ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ ଧାମନଗରର ଇଟାପାଳ ନିକଟସ୍ଥ ନଦୀବନ୍ଧରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତା ବୃଦ୍ଧି କରିଛି। ଏହାସହ ଭଦ୍ରକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ବୈତରଣୀ ନଦୀ ମଧ୍ୟ ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ଜିଲ୍ଲାର ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Related Articles

Back to top button