Uncategorized

ପୂର୍ବ ଶତ୍ରୁତାରୁ ବିଜେପି କର୍ମୀଙ୍କୁ ହତ୍ୟା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଡମ୍ କର୍ଲାଖୁଣ୍ଟା ଗ୍ରାମର ତୁଳସୀରାମ ସାହୁ, ସୁରସିଂ ପାତ୍ର ଏବଂ ଫଟାମୁଣ୍ଡା ଗ୍ରାମର ବଳଦେବ ସାହୁ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନାନୁସାରେ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଡମ୍ କର୍ଲାଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ তথা ବିଜେପି ନେତା ଫକୀରଙ୍କୁ ୧୦୦ ମିଟର ଯାଏଁ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ଗୁରୁବାର ସକାଳେ ଫକୀରଙ୍କ ପୁଅ ମଦନପୁର ରାମପୁର ଥାନାରେ ୩ ଜଣଙ୍କ ନାମରେ ଏତଲା ଦେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Related Articles

Back to top button