ଓଡ଼ିଶାପାଣିପାଗ

ଓଡିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ।

ଭୁବନେଶ୍ୱର ,ଭାରତୀୟ ପାଣିପାଗ ବିଭାଗ  ଆଜି  ଦେଶର ବିଭିନ୍ନ ସ୍ଥାନରେ, ପ୍ରବଳ ବର୍ଷା ସତର୍କତା ଜାରି କରିଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଓଡ଼ିଶାରେ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି।କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, କେନ୍ଦ୍ରୀଭୂତ ରହିଛି। ପରବତ୍ତର୍ତ୍ତୀ ୨୪ ଘଣ୍ଟାରେ, ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ସୃଷ୍ଟି ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ କର୍ଣ୍ଣାଟକ, ପୂର୍ବ ମଧ୍ୟ ପ୍ରଦେଶ, ପୂର୍ବ ରାଜସ୍ଥାନ, କେରଳମ ଏବଂ ମାହେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ବିଚ୍ଛିନ୍ନ ସ୍ଥାନରେ, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ବିହାର, ଛତିଶଗଡ଼, ପୂର୍ବ ଉତ୍ତର ପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଲକ୍ଷଦ୍ୱୀପ, ମଧ୍ୟ ମହାରାଷ୍ଟ୍ର, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉତ୍ତରାଖଣ୍ଡ ଏବଂ ପଶ୍ଚିମ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ, ପ୍ରବଳ ବର୍ଷା ହେବାର, ସମ୍ଭାବନା ରହିଛି।ଏହି ସତର୍କତା ଅଗଷ୍ଟ ୮ ତାରିଖ ସକାଳ ୮:୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Related Articles

Back to top button