
ଭୁବନେଶ୍ୱର ,ଶ୍ରୀଲଙ୍କା ବିପକ୍ଷରେ,ଅଗଷ୍ଟ ୧୫ରୁ ୨୭ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳ, ୨ଟି ଟେଷ୍ଟମ୍ୟାଚ୍ର ଶୃଙ୍ଖଳା ଖେଳିବ। ଏହି ମ୍ୟାଚ୍ କଲମ୍ବୋର ଏନ୍ସିସି ଗ୍ରାଉଣ୍ଡରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସ୍ପିନ୍ ବୋଲିଂର ପ୍ରାଧାନ୍ୟ ଦେଖିବାକୁ ମିଳିବ। ଶ୍ରୀଲଙ୍କା କ୍ରିକେଟ୍ ଏକାଦଶରେ କିଛି ଖେଳାଳି ଅଛନ୍ତି; ଯେଉଁମାନେ ଭଲ ପ୍ରଦର୍ଶନ କରି ଭାରତ, ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଖେଳିବା ପାଇଁ ଆଶାୟୀ ଅଛନ୍ତି। ଅଧିନାୟକ ସୋନଲ ଦିନୁଷାଙ୍କ ସହ ଅନ୍ୟ ଖେଳାଳି ହେଲେ ପେସ୍ ବୋଲର ଲାହିରୁ କୁମାର ଓ ବିଶ୍ବ ଫର୍ଣ୍ଣାଣ୍ଡୋ, ଅଫ୍ସ୍ପିନର ରମେଶ ମେଣ୍ଡିସ୍ ଏବଂ ନିଶାନ୍ ମଦୁଷ୍କା, ପବନ ରତ୍ନାୟକେ ଓ ଆଞ୍ଜାଲା ବନ୍ଦାରା। ଆଇପିଏଲ୍ ପରେ ରବୀନ୍ଦ୍ର ଜାଡ଼େଜା, ପ୍ରଥମଥର ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି। ଦୁଇ ଯୁବ ସ୍ପିନର ମାନବ ସୁଥାର ଓ ସାରାଂଶ ଜୈନଙ୍କ ସହ ପେସ୍ ବୋଲର ଗୁରନୁର ବ୍ରାର ଓ ଆକିବ୍ ନବି ଶ୍ରୀଲଙ୍କା ପିଚ୍ରେ ବୋଲିଂ କରିବାର ଅଭିଜ୍ଞତା ହାସଲ କରିବେ।ଏହି ମ୍ୟାଚ୍ ପାଇଁ ୧୫-ଜଣିଆ ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ଦଳ, ଘୋଷଣା କରାଯାଇଛି। ଯୁବ ବୋଲିଂ ଅଲ୍ରାଉଣ୍ଡର ସୋନଲ ଦିନୁଷା ଶ୍ରୀଲଙ୍କା କ୍ରିକେଟ୍ ଏକାଦଶର ନେତୃତ୍ବ ନେବେ। ଏହି ମ୍ୟାଚ୍ କଲମ୍ବୋର ଏନ୍ସିସି ଗ୍ରାଉଣ୍ଡରେ ଖେଳାଯିବ।




