ଐତିହ୍ୟ ଓ ସଂସ୍କୃତିରାଜନୀତି

ଶ୍ରୀକ୍ଷେତ୍ରରେ ଉତ୍ତରପ୍ରଦେଶର ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ

ଭୁବନେଶ୍ୱର ,ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗର ଉପାଧ୍ୟକ୍ଷା ଅପର୍ଣ୍ଣା ଯାଦବ, ଆଜି ଓଡ଼ିଶା ଗସ୍ତ ଅବସରରେ ଆସି ଶ୍ରୀକ୍ଷେତ୍ରରେ, ପହଞ୍ଚିଛନ୍ତି। ଶ୍ରୀମତୀ ଯାଦବ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ, ମହାପ୍ରଭୁଙ୍କ ବାନା ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଉତ୍ତର ଭାରତରେ, କାଁୱଡ଼ ଯାତ୍ରୀକୁ ଅତି ଧାର୍ମିକ ଭାବନାର ସହ ପାଳନ, କରାଯାଇଥାଏ। ଶହଶହ ମାଇଲ ଅତିକ୍ରମ କରି ଶ୍ରଦ୍ଧାଳୁମାନେ ଭୋଲେ ବାବାଙ୍କ ଉପରେ ଜଳାଭିଷେକ କରିଥାନ୍ତି। ଲୋକଙ୍କ ବିଶ୍ୱାସ ଜଳାଭିଷେକ କଲେ, ସବୁ ମନୋଷ୍କାମନା ପୂରଣ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ, ହେଉଥିବା ପର୍ବରେ ସାମିଲ ହୋଇଥାନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ, ଏଥିପାଇଁ ବ୍ୟାପକ କରାଯାଇଛି। ସୁରକ୍ଷା ପାଇଁ ନଦୀ କୂଳ ଓ ମନ୍ଦିରରେ ବ୍ୟବସ୍ଥା କରାଯାଇଛି।ଶ୍ରୀମତୀ ଯାଦବ କହିଛନ୍ତି, ଉତ୍ତର ଭାରତରେ ବିଶାଳ କାଁୱଡ଼ ଯାତ୍ରା ଆୟୋଜିତ ହୋଇଥାଏ। ଆଉ ଏଠାରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଭବ୍ୟ ପର୍ବ, ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ, ଆମ ସନାତନ ପରମ୍ପରାରେ ‘ଧର୍ମ ଧ୍ୱଜ’ ଭାବେ ପୂଜ୍ୟ ଜଗନ୍ନାଥ ପୁରୀର ବାନାକୁ ନେଇ କାଁୱଡ଼ ଯାତ୍ରୀମାନଙ୍କୁ, ପ୍ରଦାନ କରିବାକୁ ଚାହୁଁଛି। ଯାହାଦ୍ୱାରା ସେମାନଙ୍କର ଉତ୍ସାହ ବୃଦ୍ଧି ପାଇବ ବୋଲି, ଶ୍ରୀମତି ଯାଦବ କହିଛନ୍ତି।

Related Articles

Back to top button