Uncategorized

ଫାଇଲ ଗାୟବ ଘଟଣା: CMO, ଗୃହ ବିଭାଗ ଓ ମୁଖ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚର ଚିଠି

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାୟବ ଘଟଣାରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ କୌଣସି ଆବଶ୍ୟକୀୟ ତଥ୍ୟ ମିଳିନାହିଁ। ଘଟଣାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ମୁଖ୍ୟ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ଦସ୍ତାବିଜ ମଗାଯାଇଥିଲା। ହେଲେ ଏଯାଏଁ ଏହି ତିନୋଟି ବିଭାଗରୁ କୌଣସି ଉତ୍ତର ଆସିନଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପୁଣିଥରେ ରିମାଇଣ୍ଡର ଚିଠି ପଠାଯିବ। ମିଳିବାକୁ ଥିବା ତଥ୍ୟ ଆଧାରରେ ହିଁ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ସମ୍ପର୍କିତ ଏହି ସଂବେଦନଶୀଳ ଫାଇଲଟି କିପରି ଗାୟବ ହେଲା, ଏହା ପଛରେ କାହାର ହାତ ରହିଛି ଏବଂ ସେଥିରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା, ସେ ନେଇ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଜାରି ରହିଛି।

Related Articles

Back to top button