Uncategorized

ଜିଆର୍‌ପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାର ବହୁଚର୍ଚ୍ଚିତ ଜିଆର୍‌ପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିଛି। ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ୭୬୭ ପୃଷ୍ଠାର ଏହି ଚାର୍ଜସିଟ୍‌ ଦାଖଲ କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ମାମଲାରେ ମୋଟ ୨୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବାଲିଅନ୍ତା ପୋଲିସ ଗିରଫ କରିଥିବା ଅନ୍ୟ ୯ ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳି ନ ଥିବାରୁ ଚାର୍ଜସିଟ୍‌ ଦାଖଲ କରାଯାଇ ନାହିଁ, ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଚାର୍ଜସିଟରେ ନାମ ଥିବା ଅଭିଯୁକ୍ତମାନେ ହେଲେ ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ରଞ୍ଜିତ ରାଣା, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାସ ଭୋଇ, ସ୍କାଏଲାବ୍ ପତି ଏବଂ ବିସ୍ମୟ ମହାନ୍ତି । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଦଫା ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦, ଏବଂ ୧୨୭(୨) ଅଧିନରେ ଚାର୍ଜସିଟ୍ କରାଯାଇଛି ।

Related Articles

Back to top button