
ଭୁବନେଶ୍ୱର ,ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିବା ପରେ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି।ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଏହି ବନ୍ୟାରେ ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍ ଅନ୍ତର୍ଗତ ୧,୪୫୮ଟି ଗାଁ ପ୍ରଭାବିତ ହୋଇଛି। ମୋଟ ୮ ଲକ୍ଷ ୬୩ ହଜାର ୯୦୯ ଜଣ ଲୋକ ବନ୍ୟାର ପ୍ରଭାବରେ ଆସିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ବିଭିନ୍ନ ସ୍ଥାନରୁ, ଉଦ୍ଧାର କରି, ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା।ଚାଷୀଙ୍କ ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଘୋଷଣା, କରିଛନ୍ତି। ବନ୍ୟାରେ ଫସଲ ନଷ୍ଟ ହୋଇଥିଲେ, ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ସହାୟତା ଦିଆଯିବ। କୃଷି ବିଭାଗର ଟିମ୍ ଚାଷଜମିର, କ୍ଷତିର ସର୍ଭେ କରୁଥିବା ବେଳେ, ରାଜସ୍ୱ ବିଭାଗ ଘରବାଡ଼ି ଓ ଅନ୍ୟ ସମ୍ପତ୍ତିର କ୍ଷତିର ଆକଳନ କରୁଛି। ଯେଉଁ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ବନ୍ୟା ପାଣି ନିଷ୍କାସନ ହୋଇସାରିଛି, ସେଠାରେ କୃଷି ଓ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ, ଘରବାଡ଼ି, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷତିର ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।




