
ଭୁବନେଶ୍ୱର,ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଥିବାରୁ ତାଙ୍କ ସୁରକ୍ଷା ପାଇଁ, କଡ଼ା ବ୍ୟବସ୍ଥା କରାଯାଇଛିଏନେଇ ସୂଚନା ଦେଇ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଓଡ଼ିଶା ଆସିବେ। ଏହି ସମୟରେ ସେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ, ସେ ଯେଉଁ ସ୍ଥାନକୁ ଯିବେ, ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୟୁନିଫର୍ମ ପିନ୍ଧିଥିବା ପୋଲିସଙ୍କ ସହ ସାଧା ପୋଷାକରେ, ପୋଲିସ କର୍ମଚାରୀ ଏବଂ ବିଶେଷ ସୁରକ୍ଷା ୟୁନିଟ୍ ମଧ୍ୟ ମୁତୟନ ହେବେ।ରାଷ୍ଟ୍ରପତିଙ୍କ ସୁରକ୍ଷିତ ଗସ୍ତକୁ ନଜରରେ ରଖି ସମ୍ପୂର୍ଣ୍ଣ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା, କରାଯାଇଛି। ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ବାହିନୀ, ୧୫୦ ଜଣ ପୋଲିସ ଅଧିକାରୀ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ , ସ୍ପେଶାଲ ଟେକ୍ନିକାଲ ଗ୍ରୁପ୍ ଏବଂ ସାଧା ପୋଷାକରେ ପୋଲିସ କର୍ମଚାରୀଙ୍କ ମୁତୟନ କରାଯିବ।




