Uncategorized

ଆଜିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଅଗଷ୍ଟ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ। ଏଥିସହ ମୌସୁମୀ ପ୍ରବାହ ଜନିତ ସକ୍ରିୟତା ହେତୁ ବିଜୁଳି ଓ ଘଡ଼ଘଡ଼ିର ପ୍ରଭାବ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ସୃଷ୍ଟ ଅବପାତଟି ସଦୃଶ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ-ପୂର୍ବ ରାଜସ୍ଥାନରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ଏବଂ ଆଜିଠାରୁ ବର୍ଷାର ବିସ୍ତୃତି ଓ ପରିମାଣ ଆହୁରି ବୃଦ୍ଧି ପାଇବ।

Related Articles

Back to top button