Uncategorized
CMOରୁ ନାଇଡୁ କମିଶନ ରିପୋର୍ଟ ହଜିବା ଘଟଣା: ଚିଠି ଲେଖି ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟା ମାମଲା ସମ୍ପର୍କିତ ଜଷ୍ଟିସ ନାଇଡୁ କମିଶନ ରିପୋର୍ଟ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର କରିଛି। ଆଜି (ଶନିବାର) ତଦନ୍ତର ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚ ସରକାରଙ୍କୁ ଚିଠି ଲେଖିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗକୁ ଚିଠି ଲେଖି କ୍ରାଇମବ୍ରାଞ୍ଚ ଆବଶ୍ୟକୀୟ ତଥ୍ୟ ମାଗିଛି। ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ, ସମ୍ପୃକ୍ତ ଫାଇଲକୁ କେଉଁ ବିଭାଗରେ ରଖାଯାଏ, ଏହାର ପରିଚାଳନା (ଡିଲ୍) କିଏ କରନ୍ତି ଏବଂ ଶେଷଥର ପାଇଁ ଏହାକୁ କିଏ ଗ୍ରହଣ କରିଥିଲେ-ସେ ନେଇ ସ୍ପଷ୍ଟ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।




