Uncategorized

ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍: ତଦନ୍ତ ଆରମ୍ଭ

ଭୁବନେଶ୍ବର: ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍ ରାକେଟ୍‌ରେ ଜଣେ ଡାକ୍ତରୀ ଛାତ୍ର ଏବଂ ଅନୁଷ୍ଠାନର ଜଣେ ବରିଷ୍ଠ କିରାଣୀ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଲକ୍ଷାଧିକ ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କ ବିଭିନ୍ନ ୱାଟ୍ସଆପ୍  ଗ୍ରୁପ୍‌କୁ ପ୍ରଶ୍ନପତ୍ରର ଫଟୋ କପି ପଠାଯାଉଥିଲା। ସେହିପରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି।

Related Articles

Back to top button