ଓଡ଼ିଶାପାଣିପାଗ

୨୭ ତାରିଖ ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର ,ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି, ପାଣିପାଗ ବିଭାଗ ଆକଳନ କରିଛି।

ବର୍ଷା ସାଙ୍ଗକୁ ପବନ ବହିବା ସହ ଘଡଘଡି ମାରିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜିବୀ ମାନଙ୍କୁ, ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ।

ବଙ୍ଗୋପସାଗରରେ ସୄଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି, ବର୍ଷା । ଭୋଗରାଇ ବ୍ଲକ କୀର୍ତ୍ତନିୟା, ଉଦୟପୁର, ତାଳସାରୀ ମତ୍ସ୍ୟଜୀବୀମାନଙ୍କୁ, ମଧ୍ୟ ସତର୍କ କରାଯାଇଛି।

ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ନିଜ ନିଜର ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମାଛଧରା ଉପକରଣକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ସହ ନିଜେ ମଧ୍ୟ ସୁରକ୍ଷିତ ସ୍ଥାନରେ ରହିବାକୁ, କୁହାଯାଇଛି।

ସମୁଦ୍ର ଭିତରେ କେହି ମତ୍ସ୍ୟଜୀବୀ ଥିଲେ ତୁରନ୍ତ କୂଳକୁ ଫେରି ଆସିବାକୁ, ସତର୍କ କରାଯାଉଛି।

Related Articles

Back to top button