
ଭୁବନେଶ୍ୱର ,ଗତ କିଛି ଦିନ ଧରି ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ, ଦିଲ୍ଲୀରେ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ, ଏହି ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ଦିଲ୍ଲୀରେ ଚାଲିଥିବା CJP ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି, ସପ୍ତାହ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ମଦ ଦୋକାନଗୁଡ଼ିକ, ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା, କିନ୍ତୁ ଆନ୍ଦୋଳନ ଯୋଗୁଁ ବର୍ତ୍ତମାନ ଅସ୍ଥାୟୀ ଭାବେ ଏହି ନିଷ୍ପତ୍ତି ଗ୍ରହଣ, କରାଯାଇଛି।ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଜନ୍ତର ମନ୍ତରରେ, ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ପୋଲିସର, ପରାମର୍ଶ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରାତି ୮ଟାରେ ମଦ ଦୋକାନ, ବନ୍ଦ କରାଯିବ।




