
ଭୁବନେଶ୍ୱର ,ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ, ବିକ୍ଷୋଭ କରିଥିଲା କଂଗ୍ରେସ। ଏହି ସମୟରେ ଅଟକ ଥିବା ରାହୁଲ ଓ ପ୍ରିୟଙ୍କାଙ୍କୁ ରାତିରେ ଛାଡ଼ିଛି ପୋଲିସ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରୁ ରାହୁଲ ଗାନ୍ଧିଙ୍କୁ ଉଠାଇ ଆଣିଥିଲା ପୋଲିସ। ଦିଲ୍ଲୀରେ ସିଜେପିର ଆନ୍ଦୋଳନ ବେଳେ, ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସ ବଡ଼ ବିକ୍ଷୋଭ କରିଥିଲା। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ, ଖେଳାଯାଉଥିବା ଅଭିଯୋଗ କରି କଂଗ୍ରେସ ସିଧାସଳଖ ସରକାରଙ୍କୁ, ଟାର୍ଗେଟ କରିଛି। ଦଳୀୟ ସାଂସଦଙ୍କ ସହ ରାହୁଲ ଧାରଣା ଦେଇଥିଲା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଧାରଣାରେ ସାମିଲ ପ୍ରିୟଙ୍କା ଗାନ୍ଧୀ ଏବଂ ଅଖିଳେଶ ଯାଦବ ମଧ୍ୟ ଅଟକ ଥିଲେ। ପ୍ରିୟଙ୍କାଙ୍କୁ ଦିଲ୍ଲୀ ମନ୍ଦିର ମାର୍ଗ ଥାନାରେ ଅଟକ ରଖାଯାଇଥିବା ବେଳେ, ଭେଟିବାକୁ ମାଆ, ସୋନିଆ ଗାନ୍ଧୀ ମଧ୍ୟ ପହଁଚିଥିଲେ। ବ୍ୟାରିକେଡ୍ ଲଗାଇ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା, ପୋଲିସ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଧାରଣାସ୍ଥଳକୁ ଆସି ରାହୁଲ ଗାନ୍ଧିଙ୍କ ସହ, ଆଲୋଚନା କରିଥିଲେ।




