
ଭୁବନେଶ୍ୱର ,ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି, ଅନୁମାନ କରାଯାଉଛି।
ସମ୍ଭାବ୍ୟ ବର୍ଷାକୁ ନେଇ ଆଜି ସକାଳ ଯାଏ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିଲା।
ଆଜି ଓ ବୁଧବାର ଦିନ ଉତ୍ତର ଓ ଊପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ, ପ୍ରବଳ ବର୍ଷା ନେଇ ୟେଲା ଆଲର୍ଟ ଜାରି ହୋଇଛି।
ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ, ପ୍ରବଳ ବର୍ଷା ହୋଇପାରେ।
ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ,ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ସେହିପରି ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ପବନ ବହିବା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା,ପୁରୀ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ବାଲେଶ୍ୱର ଓ ଭଦ୍ରକ।




