
ଭୁବନେଶ୍ୱର ,ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ନଗଦ ଏବଂ ସୁନା ମଧ୍ୟ ଉଦ୍ଧାର କରିଛନ୍ତି। ବାରସୁର ଥାନା ଅନ୍ତର୍ଗତ, ଟୋଡମା ଗାଁ ଜଙ୍ଗଲରେ, ସର୍ଚ୍ଚ ଅପରେସନରେ ୧୧୬ ଗ୍ରାମ ସୁନା ବିସ୍କୁଟ ଉଦ୍ଧାର ହୋଇଛି। ଏହି ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ହେବ। ଚାରିଟି AK-୪୭ ମ୍ୟାଗାଜିନ୍, ୨୩ଟି SLR ମ୍ୟାଗାଜିନ୍, ପାଞ୍ଚଟି ୧୨ ଏମଏମ୍ ବନ୍ଧୁକ, ତିନୋଟି BGL ଲଞ୍ଚର୍, ଟିଫିନ୍ ବୋମା, ପାଇପ୍ ବୋମା, ତୀର ବୋମା, ଗ୍ରେନେଡ୍, ଦୁଇଟି ଦେଶୀ ମୋର୍ଟାର, ଜେଲାଟିନ୍ ଷ୍ଟିକ୍, ଡେଟୋନେଟର୍, କର୍ଡେକ୍ସ ତାର, ପ୍ରେସର କୁକର, ଔଷଧ, ୟୁନିଫର୍ମ କପଡ଼ା ଏବଂ ଅନ୍ୟ ସାମଗ୍ରୀ, ଜବତ କରାଯାଇଛି। କାଙ୍କେର-ନାରାୟଣପୁର ଜିଲ୍ଲା ସୀମା ନିକଟବର୍ତ୍ତୀ ଆଲପାରାସ ଏବଂ ଗୁମଚୁର ଗାଁ ନିକଟ ଜଙ୍ଗଲରୁ ଠାବ ହୋଇଛି। ନକ୍ସଲ ବିରୋଧୀ ଅଭିଯାନବେଳେ ସୁରକ୍ଷା ବାହିନୀ ନକ୍ସଲ ଡମ୍ପରୁ, ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ଉଦ୍ଧାର କରିଛନ୍ତି।




