Uncategorized

ତାମିଲନାଡୁରେ ସମ୍ପୂର୍ଣ୍ଣ ଗୋହତ୍ୟା ନିଷେଧ ମାମଲା: ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟର ପ୍ରଚଳିତ ନିୟମାବଳୀକୁ ଉଦ୍ଧୃତ କରି ତାମିଲନାଡୁ ସରକାର ଯୁକ୍ତି ଦର୍ଶାଇଥିଲେ ଯେ, ଆଇନ ଅନୁଯାୟୀ ୧୦ ବର୍ଷରୁ ଅଧିକ ବୟସର ଅନୁପଯୋଗୀ ଗୋରୁଙ୍କ କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସଂପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି।

Related Articles

Back to top button