ଅନ୍ୟାନ୍ୟଓଡ଼ିଶା

ଓଡ଼ିଶା–ଛତିଶଗଡ଼ ଆନ୍ତରାଜ୍ୟ ବୈଠକ

ଭୁବନେଶ୍ୱର ,ହୀରାକୁଦକୁ ବନ୍ୟାଜଳ ପ୍ରବେଶର ପରିମାଣ କ୍ରମାଗତ ଭାବେ ବଢ଼ୁଛି। ଆଜି ଖୋଲିବ ହୀରାକୁଦ। ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ସେଥିପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଛି। ପ୍ରାରମ୍ଭିକ ଭାବେ ୪ଟି ଗେଟ୍ ଖୋଲାଯିବା ସମ୍ଭାବନା ରହିଛି। ବୁର୍ଲାରେ ଅନୁଷ୍ଠିତ ହୋଇଛି ଓଡ଼ିଶା–ଛତିଶଗଡ଼ ଆନ୍ତରାଜ୍ୟ ବୈଠକ। ଛତିଶଗଡ଼ରେ ଥିବା ହୀରାକୁଦ ଡ୍ୟାମର ୨ଟି ଗଜ୍  ଷ୍ଟେସନ ସ୍ଥାନାନ୍ତର ହେବ। ବୁର୍ଲାରେ ଆନ୍ତଃରାଜ୍ୟ ବୈଠକ ପରେ ଏନେଇ, ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏକ ହ୍ୱାଟସଆପ୍ ଗ୍ରୁପ୍ ଗଠନ କରି ବନ୍ୟା ସମ୍ପର୍କିତ ସୂଚନା ତୁରନ୍ତ ଆଦାନ-ପ୍ରଦାନ କରିବାକୁ ବୈଠକରେ, ନିଷ୍ପତ୍ତି ହୋଇଛି।ବୈଠକରେ ବନ୍ୟାଜଳ ସମ୍ପର୍କିତ ତଥ୍ୟର ତ୍ୱରିତ ଆଦାନ-ପ୍ରଦାନ ଉପରେ, ବିଶେଷ ଗୁରୁତ୍ୱ ଦିଆଯାଇଛି। ଉପରମୁଣ୍ଡରୁ କେତେ ପରିମାଣର ବନ୍ୟାଜଳ ପ୍ରବେଶ କରୁଛି, ସେ ସମ୍ପର୍କିତ ସୂଚନା ନିୟମିତ ଭାବେ ଆଦାନ-ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଛି। ଛତିଶଗଡ଼ର ଦୁଇଟି ଗେଜ୍ ଷ୍ଟେସନରୁ, ସଠିକ୍ ତଥ୍ୟ ମିଳୁନଥିବା ପ୍ରସଙ୍ଗ ଉଠାଇଥିଲେ ହୀରାକୁଦ କର୍ତ୍ତୃପକ୍ଷ।

Related Articles

Back to top button