Uncategorized

ଖୋଲିବ ହୀରାକୁଦର ୪ ଗେଟ୍: ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ବର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରୁଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ପାଣି ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଜଳପ୍ରବାହର ସ୍ଥିତି ପରଖିବା ପରେ ସନ୍ଧ୍ୟା ସୁଦ୍ଧା ଆହୁରି କିଛି ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି। ଅପରପକ୍ଷରେ, ମୁଣ୍ଡଳୀଠାରେ ଜଳପ୍ରବାହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାତିରେ ଯେଉଁଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା, ବର୍ତ୍ତମାନ ତାହା କମି ୪ ଲକ୍ଷ ୮୦ ହଜାର କ୍ୟୁସେକରେ ପହଞ୍ଚିଛି। ଜଳପ୍ରବାହ ଆହୁରି କମିବାର ସମ୍ଭାବନା ଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ବଡ଼ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି କୁହାଯାଇଛି।

Related Articles

Back to top button