ଅନ୍ୟାନ୍ୟସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ ଦହି

ଭୁବନେଶ୍ୱର ,ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ ଦହି। ଦହିରେ ଅନେକ ଉତ୍ତମ ବ୍ୟାକ୍ଟେରିଆ ସହ, ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ, ସହାୟକ ହୋଇଥାଏ। ଦହିରେ ପ୍ରୋଟିନ୍‌‌, କ୍ୟାଲସିୟମ ଓ ଭିଟାମିନ୍‌‌ ବି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ।ଦହିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ପାଇଁ, ବେଶ ଲାଭଦାୟକ। ଏଥିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବୃଦ୍ଧି କରିଥାଏ। ତ୍ୱଚାରେ ବ୍ରଣ ସମସ୍ୟାକୁ, ମଧ୍ୟ ଦୂର କରିଥାଏ।
ଦହିରେ କ୍ୟାଲସିୟମ, ଭିଟାମିନ୍‌‌ ଡି ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଯାହା ହାଡ ଓ ଦାନ୍ତ ପାଇଁ ଲାଭଦାୟକ। ଖରାବେଳ ସମୟରେ, ଦହି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ବ୍ୟାୟାମ ଓ ଦୈନିକ କାର୍ଯ୍ୟକଳାପ କରିବା ପାଇଁ, ସହାୟକ ହୋଇଥାଏ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ନିୟମିତ ଖରାବେଳର ଖାଦ୍ୟରେ, ଦହି ସେବନ କରିବା ଦ୍ୱାରା, ଶରୀର ପାଇଁ ଅନେକ ଲାଭ ହୋଇଥାଏ।ଦହି ଖାଇବା ଦ୍ୱାରା ନିୟମିତ ଭାବେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଫଳରେ ଲୋକେ ବାରମ୍ବାର ଖାଦ୍ୟ ଖାଇବାକୁ, ଇଚ୍ଛା କରନ୍ତି ନାହିଁ। ଏହା ବ୍ୟତୀତ ଦହିରେ ପ୍ରୋଟିନ୍‌‌ ରହିଛି, ଫଳରେ ଏହାକୁ ଖାଇବା ଦ୍ୱାରା ଭୋକ କମ୍‌‌ ହୋଇଥାଏ।

Related Articles

Back to top button