
ଭୁବନେଶ୍ୱର ,ସମ୍ବଲପୁରରେ ଗତକାଲିଠାରୁ ବର୍ଷା ଜାରି ରହିବାରୁ ସହରର ବହୁ ଅଞ୍ଚଳ, ଜଳମଗ୍ନ ହୋଇପଡ଼ିଛି। ଗତକାଲି ଦିନତମାମ ଓ ରାତିସାରା ସମ୍ବଲପୁରରେ, ଲଗାଣ ବର୍ଷା ହୋଇଥିଲା। ଧନୁପାଲି ଅଞ୍ଚଳରେ ୪ ଫୁଟ୍ ଉଚ୍ଚ ପାଣି ଜମିଛି। ଏଥିରେ ଧନୁପାଲି ଥାନାଧିକାରୀ, ନିଜ ଟିମ୍ ସହ ପଶି ଲୋକଙ୍କ ସ୍ଥିତି ପରଖିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଆଜି ସମ୍ବଲପୁର ମହାନଗର ନିଗମ ଓ ଧନକଉଡ଼ା ବ୍ଲକ୍ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।ସହରର ବହୁ ଡ୍ରେନ ପୋତି ହୋଇଯିବା, ଅବରୋଧ ଓ ସଂକୁଚିତ ହୋଇପଡ଼ିଥିବାରୁ, ବର୍ଷା ପାଣି, ନିଷ୍କାସନ ହୋଇପାରୁନି। ଏହାର ପ୍ରଭାବରେ ବିଭିନ୍ନ ଜନବସତି ଅଞ୍ଚଳରେ ଏବେ ବି ପାଣି ଜମି ରହିଛି। ପରିସ୍ଥିତିର ତଦାରଖ ପାଇଁ ରାତିରେ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଅନ୍ୟାନ୍ୟ ଅଧିକାରୀ ମାନେ ,ସହରର ବିଭିନ୍ନ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସମ୍ବଲପୁରରେ ଗତକାଲିଠାରୁ, ବର୍ଷା ଜାରି ରହିବାରୁ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।



