ଅନ୍ୟାନ୍ୟଜାତୀୟ

ବୀମା ନଥିଲେ ପେଟ୍ରୋଲ ପମ୍ପରୁ ମିଳିବନି ତେଲ

ଭୁବନେଶ୍ୱର ,ବୀମା ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ଗାଡିଗୁଡିକର ଇନ୍ଧନ ସହ, ବୀମା ସ୍ଥିତିକୁ ଲିଙ୍କ କରିବା ଭଳି ବ୍ୟବସ୍ଥା ହେବା ଦରକାର। ଇନ୍ଧନ ଭରିବାକୁ ଯାଉଥିବା ଗାଡିଗୁଡିକର ବୈଧ ବୀମା ସ୍ଥିତି, ଜାଣିହେବ।ଭାରତରେ ପାଖାପାଖି ୫୬ ପ୍ରତିଶତ ଗାଡି ବିନା ଇନସୁରାନ୍ସରେ ଚଳାଚଳ କରୁଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି, ସର୍ବୋଚ୍ଚ ଅଦାଲତ। ଯଦି ସମ୍ପୃକ୍ତ ଗାଡିର ବୈଧ ବୀମା ନ ଥିବ ତେବେ ତାକୁ, ଇନ୍ଧନ ଦିଆଯିବ ନାହିଁ। ଏହାଦ୍ବାରା ବୀମା କିମ୍ବା ପଞ୍ଜୀକୃତ ହୋଇ ନ ଥିବା, ଗାଡିଗୁଡିକୁ, ଚିହ୍ନଟ କରାଯାଇପାରିବ। ସେହିପରି ଗାଡି ମାଲିକ ମଧ୍ୟ ନିଜ ଗାଡିର ବୀମା କରିବାକୁ, ବାଧ୍ୟ ହେବେ।  ଯଦି ଆପଣଙ୍କ ଗାଡିର ବୀମା ବା ଇନ୍ସୁରାନ୍ସ ନାହିଁ, ତେବେ ଭବିଷ୍ୟତରେ ଆପଣଙ୍କୁ ପେଟ୍ରୋଲ ପମ୍ପରୁ ମିଳିବନି ତେଲ। ରାସ୍ତାରେ ବିନା ଇନ୍ସୁରାନ୍ସର ଗାଡି ଚଳାଚଳକୁ ରୋକିବା ଲାଗି, ଏଭଳି ଏକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।

Related Articles

Back to top button