
ଭୁବନେଶ୍ୱର ,ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର, ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍ରେ ଥିବା ଆମିରଙ୍କ ବାସଭବନରେ, ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା କୁହାଯାଉଛି। ଦିନ ପ୍ରାୟ ଦିନ ୧୨ଟା ୪୫ ମିନିଟ୍ରେ ଉଭୟ ବିବାହ ପଞ୍ଜିକରଣ ପତ୍ରରେ, ସ୍ୱାକ୍ଷର କରିଥିଲେ। ଏହି ସମୟରେ, ଆମିରଙ୍କ ପୁଅ ଆଜାଦ ଓ ଗୌରୀଙ୍କ ପୂର୍ବ ବିବାହର ପୁଅ ମଧ୍ୟ ଉପସ୍ଥିତ ଥିଲେ।ବର୍ତ୍ତମାନ ଗୌରୀ ସ୍ପ୍ରେଟଙ୍କ ସହ ଆମିରଙ୍କ ବିବାହ ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ନୂଆ ଅଧ୍ୟାୟ, ବୋଲି ଦେଖାଯାଉଛି। ପ୍ରାୟ ୧୫ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।ପରବର୍ତ୍ତୀ ସମୟରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ, ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୁଅ ଆଜାଦ ରହିଛନ୍ତି। ୨୦୨୧ ମସିହାରେ ଉଭୟ ଅଲଗା ହେବାର ଘୋଷଣା କରିଥିଲେ ମଧ୍ୟ, ସନ୍ତାନର ଲାଳନପାଳନ ଓ ପେସାଗତ କ୍ଷେତ୍ରରେ ସହଯୋଗ ଜାରି ରଖିଥିଲେ।




