ଓଡ଼ିଶାପାଣିପାଗ

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର ,ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ, ଆସନ୍ତା ୩ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ, ପରିଣତ ହେବାକୁ ଯାଉଛି। ଏହାର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ, ବିସ୍ତୃତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାଫଳରେ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି। ଜଗତସିଂହପୁରରେ ୬୦, ଫୁଲବାଣୀରେ ୫୯,  ଦେବଗଡ଼ରେ ୫୨, ପୁରୀରେ ୪୬.୯, ଭୁବନେଶ୍ୱରରେ ୪୪, ବଲାଙ୍ଗୀରରେ ୪୦, ଭବାନୀପାଟଣାରେ ୩୫.୪ ମିମି ବର୍ଷା ରେକର୍ଡ ହୋଇଛି । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର, ଆଶଙ୍କା ରହିଛି। ବର୍ଷାର ପ୍ରଭାବ ଉପକୂଳ ଓଡ଼ିଶା ଆଡ଼କୁ ଅଧିକ ମୁହାଁଇବ। ଏହି ସମୟ ମଧ୍ୟରେ ସାରା ଓଡ଼ିଶାରେ, ୭ ତାରିଖ ଯାଏ ବର୍ଷା ଜାରି ରହିବ।

Related Articles

Back to top button