Uncategorized

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨ ତାରିଖରୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷା ଜୁଲାଇ ୧୦ ତାରିଖରେ ଶେଷ ହେବ। ଛାତ୍ରଛାତ୍ରୀଙ୍କ ଯେପରି ଗୋଟିଏ ବର୍ଷ ନଷ୍ଟ ନହେବ, ସେଥିପାଇଁ ବୋର୍ଡ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟର ୩୦ଟି ଜିଲ୍ଲାର ୨୫୪ଟି କେନ୍ଦ୍ରରେ ମୋଟ ୨୪,୪୭୦ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ 15 ହଜାର 71 ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଏବଂ ଚଳିତ ବର୍ଷ ଅକୃତକାର୍ଯ୍ୟ ହୋଇଥିବା 9 ହଜାର 399 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ରାଜ୍ୟର 30ଟି ଜିଲ୍ଲାର 254ଟି କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।

Related Articles

Back to top button