ଅନ୍ୟାନ୍ୟଅପରାଧ

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ।

ଭୁବନେଶ୍ୱର, ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି, ଜଣେ ସରକାରୀ କର୍ମଚାରୀ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅଧୀନରେ ଥିବା ରାଇଘରର ପ୍ରାଣୀଧନ ନିରୀକ୍ଷକ ,ପ୍ରଫୁଲ୍ଲ ହାଲଦାରଙ୍କୁ ଭିଜିଲାନ୍ସ ବିଭାଗ,୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଗିରଫ କରିଛି।ଦୁଗ୍ଧ ଚାଷୀଙ୍କ ସହାୟତା ଏବଂ ଗୋପାଳନ ୟୁନିଟ୍ ପ୍ରତିଷ୍ଠା ପାଇଁ, ରାଜ୍ୟ ସରକାରଙ୍କ ପକ୍ଷରୁ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନରେ ରାଇଘର ଅଞ୍ଚଳର ଜଣେ ଦୁଗ୍ଧ ଚାଷୀହିତାଧିକାରୀ ଭାବେ, ମନୋନୀତ ହୋଇଥିଲେ। ମାତ୍ର ସରକାରଙ୍କ ତରଫରୁ ମିଳୁଥିବା ସବ୍‌ସିଡିଅର୍ଥ ରାଶି ମଞ୍ଜୁର କରିବା ପାଇଁ ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର, ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କେବଳ ସେତିକି ନୁହେଁ, ଲାଞ୍ଚ ନଦେଲେ ଅଭିଯୋଗକାରୀଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ସମସ୍ତ ହିତାଧିକାରୀଙ୍କ, ସବ୍‌ସିଡି ଅର୍ଥକୁ ଅଟକାଇ ଦେବା ପାଇଁ, ଶ୍ରୀ ହାଲଦାର ଧମକ ଦେଇଥିଲେ।କୌଣସି ଉପାୟ ନପାଇ ଶେଷରେ ହିତାଧିକାରୀ ଜଣକ, ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ, ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା। ଅଭିଯୋଗକାରୀଙ୍କ ଠାରୁ ପ୍ରଫୁଲ୍ଲ ହାଲଦାର, ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ, ପୂର୍ବରୁ ଓତ ପେତି ରହିଥିବା ଭିଜିଲାନ୍ସ ଟିମ୍‌, ତାଙ୍କୁ ମାଡ଼ି ବସିଥିଲା। ଶ୍ରୀ ହାଲଦାରଙ୍କ ନିକଟରୁ, ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Related Articles

Back to top button