
ମୋବାଇଲ ନ୍ୟୁଜ 24×7 ; ଓଡ଼ିଶା ଖାଦ୍ୟ ବଜାରରେ ପ୍ରବେଶ କରିଛି ‘ସମୂହ’ ବ୍ରାଣ୍ଡର ଏକାଧିକ ପାଟି ସୁଆଦ ଖାଦ୍ୟର ସମ୍ଭାର । ଏହି ସାମଗ୍ରୀ ମଧ୍ୟରେ ରହିଛି “୧୭ ପ୍ରକାର ବିସ୍କୁଟ, ୨୨ ପ୍ରକାର ନମକିନ୍ , ୬ ପ୍ରକାର ଜୁସ୍, ୪ ପ୍ରକାର ଓ୍ୱାଫର ରୋଲ୍ ସମେତ ରସ୍କ” । ଭାରତ ତଥା ଓଡିଶା ସ୍ନାକ୍ସ ବଜାରରେ ‘ସମୂହ’ ବ୍ରାଣ୍ଡ୍ ଲୋକପ୍ରିୟ ହୋଇପାରିବ ବୋଲି କମ୍ପାନି ଆଶା ରଖିଛି । ଭାରତର ପାଖାପାଖି ୬୫ ଭାଗ ଜନସଂଖ୍ୟା ଗ୍ରାମଞ୍ଚଳରେ ବସବାସ କରିଥାଏ । ସମୂହର ଏହି ଖାଦ୍ୟ ସାରଣୀ ଗ୍ରାମାଞ୍ଚଳର ପାଟି ସୁଆଦ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ ।
ଏହାର ନିଆରା ସ୍ୱାଦ , ପକେଟକୁ ସୁହାଇଲା ଭଳି ଦାମ୍ ଏହାର ସବୁଠୁ ବଡ ଆକର୍ଷଣ । ଓଡିଶା ବଜାର ପୂର୍ବରୁ ଏହା ଜାତୀୟ ସ୍ତରରେ ଲୋକାଦୃତ ହୋଇସାରିଛି । ଉତ୍ତର ପ୍ରଦେଶ, ହରିୟାଣା, ପୁଣେ ଓ ଶ୍ରୀନଗରବାସୀଙ୍କ ‘ସମୂହ’ ପ୍ରଡକ୍ଟ ହେଉଛି ସ୍ନାକ୍ସ ଥାଳିର ପ୍ରଥମ ପସନ୍ଦ । ଓଡ଼ିଶା ପ୍ରବେଶ ପରେ ଏହା ସିଧାସଳଖ ପ୍ରତିଟି ଗ୍ରାମୀଣ ବଜାରରେ ଗ୍ରାହକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ରଖିଛି ଏହାର କମ୍ପାନି ‘ରୋଜାନା’ । ଏ ନେଇ ବଜାର ପ୍ରବେଶ ପରେ ଓଡିଶାର ଷ୍ଟକିଷ୍ଟ୍ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କ ସହ କମ୍ପାନି ଭାବ ବିନିମୟ କରିଛି । ଏ ଅବସରରେ କମ୍ପାନିର ପ୍ରତିଷ୍ଠାତା ଅଙ୍କୁର ଡାହିଆ, ସହ-ପ୍ରତିଷ୍ଠାତା ଅଦ୍ୱୈତ ବିକ୍ରମ ସିଂହ, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଏବଂ ପୂର୍ବାଞ୍ଚଳ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଭୂଷଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।




